00:00
04:08
କୁଲଦୀପ ପଟ୍ଟନାଇକଙ୍କ 'ତ୍ରୁଷ୍ଣା' ଗୀତଟି ଓଡ଼ିଆ ସଙ୍ଗୀତର ଏକ ଲୋକପ୍ରିୟ ଗାନ। ଏହି ଗାନରେ ସୁର ଓ ଅର୍ଥର ସମନ୍ୱୟ ଦୃଷ୍ଟିଗୋଚର, ଯାହା ଶ୍ରୋତାମାନେ ପସନ୍ଦ କରିଛନ୍ତି। 'ତ୍ରୁଷ୍ଣା' ଗାନର ଭାବନାତ୍ମକ ଆଲୋକ ଓ ସଙ୍ଗୀତମୟ ପ୍ରସଙ୍ଗ ଉପସ୍ଥାପନ କରେ, ଯାହା କୁଲଦୀପଙ୍କର କାରିୟରେ ଏକ ନୂତନ ପ୍ରମାଣ ରୂପେ ଦେଖାଯାଉଛି। ଗାନଟି ରିଲିଜ୍ ହେବା ପରେ ଓଡ଼ିଆ ସଙ୍ଗୀତ ପ୍ରେମୀମାନଙ୍କ ମଧ୍ୟରେ ଏହାର ବିପୁଳ ପ୍ରତିକ୍ରିୟା ମିଳିଛି।
ଏଠି କିଏ ସେ କାହା ପାଇଁ?
ଏ ପ୍ରଶ୍ନ ମନେ ଖେଳଇ
ଅବସାଦର ଝଡ଼ ଡେଇଁ
ଆଗେଇବା ସହଜ ନାହିଁ
ଏ ତୃଷ୍ଣା ସରେନା ତୋ ମନ ଝରଣାରୁ
ତୁ ପ୍ରେମ ଦକ୍ଷିଣା ମତେ ଦେଇ ଯାଆନା
ସାତ ଜନ୍ମ ପରେ ବି ତୋ राहा ଦେଖିବି ମୁଁ
କହ ପ୍ରେମ ମୋ ଊଣା, ନା ତତେ ପାଇବା ମନା?
♪
ବଞ୍ଚୁଛି ମୁଁ ଲୁହ ପିଇ-ପିଇ
କାନ୍ଦୁଛି ମୁଁ ମୁହେଁ ହସ ଥାଇ
ଚଲା ବାଟେ ଏତେ କଣ୍ଟା କାଇଁ?
ଆକାଶର ଜହ୍ନ ଲାଗେ ଫିକା
ମଳୟର ଛୁଆଁ ଲାଗେ ଧୋକା
ଶ୍ରାବଣର ସ୍ପର୍ଶ ଅଗ୍ନି ଶିଖା
ତୁ ଦାସୀ ମନକୁ ପ୍ରେମ ନଅଂର ମନା
ଆମ ପ୍ରୀତିର ଛାୟା ମୁଁ ଖୋଜି ପାଏନା
ସାତ ଜନ୍ମ ପରେ ବି ତୋ राहा ଦେଖିବି ମୁଁ
କହ ପ୍ରେମ ମୋ ଊଣା, ନା ତତେ ପାଇବା ମନା?
♪
କଳଙ୍କର ଦାଗ ଲିଭେ ନାହିଁ
ଭଲ ପାଇବାର ଦିଗ କାଇଁ?
ତଥାପି ମୋ ଭାବନା ରେ ତୁହି
ହୋ, ବିରହର ଶେଷ ସୀମା କରି
ଡେଇଁ ଯିବି ସେଇ ସୀମା ଆଜି
ଡେଇଁ ଯିବି କ୍ଷୁଧାର ଏ ନଈ
ନିରାଶି ମନକୁ ଏ ଚନ୍ଦ୍ରିକା ମନା
ଆମ ପ୍ରୀତିର ଛାୟା ମୁଁ ଖୋଜି ପାଏନା
ସାତ ଜନ୍ମ ପରେ ବି ତୋ राहा ଦେଖିବି ମୁଁ
କହ ପ୍ରେମ ମୋ ଊଣା, ନା ତତେ ପାଇବା ମନା?